Type a search term to find related articles by LIMS subject matter experts gathered from the most trusted and dynamic collaboration tools in the laboratory informatics industry.
ଗୌର ପ୍ରସାଦ ଘୋଷ | |
---|---|
ଜନ୍ମ | |
ମୃତ୍ୟୁ | ୧୦ ଡିସେମ୍ବର ୧୯୯୪ | (ବୟସ ୬୫)
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ପ୍ୟାରୀମୋହନ ଏକାଡେମୀ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୫୩-୧୯୭୧ |
ବୈବାହିକ-ସାଥୀ | ପାର୍ବତୀ ଘୋଷ |
ସନ୍ତାନ | ରାତ୍ରୀ |
ୱେବସାଇଟ | www |
ଗୌର ଘୋଷ (୨୨ ନଭେମ୍ବର ୧୯୨୯ - ୧୦ ଡିସେମ୍ବର ୧୯୯୪) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । [୧] ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ଅବଦାନ ରହିଛି ।[୨]
ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ କଟକର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ନାମ ଥିଲା ରାୟ ଗୌର । ତାଙ୍କ ପୂର୍ବପୁରୁଷମାନେ ପଶ୍ଚିମ ବଙ୍ଗର ବର୍ଦ୍ଧମାନର ମୂଳ ବାସିନ୍ଦା । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଧର୍ମପତ୍ନୀ ।[୩] ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ୧୯୫୩ର ଚଳଚ୍ଚିତ୍ର ଆମରି ଗାଁ ଝୁଅରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।[୪] ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।[୫] ୧୯୯୪ ମସିହା ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟ ୧୫ ମିନିଟରେ ଗୌର ବାବୁ ଇହଲିଳା ସମ୍ବରଣ କରିଥିଲେ ।
ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ବେଳେ, ଗୌର ଘୋଷ ତତକାଳୀନ "ପ୍ରଜା ସୋସାଲିଷ୍ଟ ପାର୍ଟି" ଆନୁକୁଲ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ନାଟକରେ ଅଭିନୟ କରୁଥିଲେ । ଆଇ.ଏ ପଢ଼ିବା ବେଳୁ, "ରୂପ ଭାରତୀ" ନାମକ ଫିଲ୍ମ ନିର୍ମାଣ ସଂସ୍ଥାରେ ଯୋଗ ଦେଇଥିଲେ । ଏଥି ସହିତ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଧ୍ୟ ନାଟକ କରୁଥିଲେ । ମନୋରଞ୍ଜନ ଦାସଙ୍କ ନାଟକ "ଅଗଷ୍ଟ ୯"ରେ 'ଅମର' ଚରିତ୍ରରେ ଅଭିନୟ କରି, ଗୌର ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।[୬] ବିଭିନ୍ନ ସମୟରେ ସେ "ଜନ ସଂସ୍କୃତି ସଂଘ", "ଓଡ଼ିଶା ଥିଏଟର" ଓ ମୂମ୍ବାଇର "ପୃଥ୍ୱୀ ଥିଏଟର" ଆନୁକୁଲ୍ୟରେ ନାଟକ କରୁଥିଲେ । ସେ ମୋଟ ୯ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସହ ୨ଟି କଥାଚିତ୍ରର ପ୍ରଯୋଜନା ଓ ଗୋଟିଏ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଶ୍ରୀ ଜଗନ୍ନାଥ, ଗୌରଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର । ୧୯୫୫ର ଚଳଚ୍ଚିତ୍ର ଭାଇ ଭାଇ ଥିଲା ତାଙ୍କଦ୍ୱାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ସେଥିରେ ସେ ଏକାଧିକ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଇଥିଲେ । "ଭାଇ ଭାଇ" ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ମନୋଜ ଦାସ ସଂଳାପ ଲେଖିଥିଲେ । ନିତାଇ ପାଲିତ ଚିତ୍ରନାଟ୍ୟ ରଚନା କରିଥିଲେ । ଭୁବନେଶ୍ୱର ମିଶ୍ର ଓ ବାଳକୃଷ୍ଣ ଦାସ ପ୍ରଥମ ଥର ପାଇଁ ମିଳିତ ଭାବରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ, କା, ସ୍ତ୍ରୀ ଓ ସଂସାର ସଫଳତା ଲାଭ କରିଥିଲା ଓ କଟକରେ ଲଗାତାର ୧୦୦ ଦିନ ଧରି ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ପ୍ରଯୋଜକ ଭାବରେ ଗୌର, ଦୂରଦର୍ଶନ ପାଇଁ ହିନ୍ଦୀ ଭାଷାରେ "ସୋପାନ", "ପ୍ରଶ୍ନ", "ଯଶୋଧାରା" ଭଳି ଟେଲିଫିଲ୍ମ ନିର୍ମାଣ କରିଥିଲେ । ଯଶୋଧାରାରେ, ସେ ନିଶାଦ୍ରବ୍ୟ ସେବନ, ସୋପାନରେ ଶ୍ରମିକ ସମସ୍ୟା ଓ ପ୍ରଶ୍ନରେ ନାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
କେଦାର ଗୌରୀ | ୧୯୫୪ | ଅଭିନେତା |
ଆମରି ଗାଁ ଝୁଅ | ୧୯୫୩ | ଅଭିନେତା |
ସ୍ତ୍ରୀ | ୧୯୬୮ | ଅଭିନେତା, ପ୍ରଯୋଜକ |
କା | ୧୯୬୬ | ଅଭିନେତା, ପ୍ରଯୋଜକ |
ଭାଇ ଭାଇ | ୧୯୫୬ | ଅଭିନେତା, ପ୍ରଯୋଜକ |
ଲକ୍ଷ୍ମୀ | ୧୯୫୩ | ଅଭିନେତା, ପ୍ରଯୋଜକ |
ସଂସାର | ୧୯୫୩ | ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ |
{{cite web}}
: Cite has empty unknown parameter: |1=
(help)
{{cite news}}
: Missing or empty |title=
(help)[permanent dead link]